ବିଦ୍ୟୁତ ବିଲ୍ ରେ ଚଞ୍ଚକତା ଅଭିଯୋଗ: ଟାଟା ପାୱାର ଅଫିସରେ ତାଲା ପକାଇଲା ବିଜେପି

ଭୁବନେଶ୍ୱର, ୨୬/୦୬ (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଟାଟା ପାୱାର ଅଫିସରେ ତାଲା ପକାଇଲା ବିଜେପି। ଆଜି ପୁଣି ବିଦ୍ୟୁତ ବିଲରେ ବିଭ୍ରାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି। ବିଦ୍ୟୁତ ବିଲରେ ଚଞ୍ଚକତା ଓ ହରିଲୁଟ ସହ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଭୁବନେଶ୍ୱର ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ୍ ଘେରାଉ କରାଯାଇଥିବାବେଳେ ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଟାଟା ପାୱାର ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

ବିଜେପି କର୍ମୀମାନଙ୍କୁ ପୁଲିସ ଅଟକାଇବାରୁ କିଛି ସମୟ ପାଇଁ ବିଜେପି କର୍ମୀଙ୍କ ସହ ପୁଲିସମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା |

ମାସକୁ ୩୦ ଦିନ ବଦଳରେ ୪୦ ଦିନର ବିଲ କରି ଟାଟା ପାୱାର ଉପଭୋକ୍ତାଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେପି। ବିଲ୍ ଟେମ୍ପରିଂ କରି ମାସକୁ ୫୦ କୋଟିରୁ ଅଧିକ ଟଙ୍କାର ଚୂନା ଳଗାଉଛି ଟାଟା ପାୱାର। ତେଣୁ ଯଥାଶୀଘ୍ର ଉପଭୋକ୍ତାଙ୍କୁ ସେ ଟଙ୍କା ଫେରାଇବାକୁ ଦଳ ଦାବି କରିଛି |

Related Posts