ବିଜେଡି ବାରମ୍ବାର ଅଣଦେଖା କରୁଥିବାର ଅଭିଯୋଗ କରି କଂଗ୍ରେସରେ ମିଶିଲେ ଅମିତାବାଳା ଆଚାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ଅମିତାବାଳା ଆଚାର୍ଯ୍ୟ । ବିଜେଡି ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଭଦ୍ରକ ଜିଲ୍ଲାର ବିଜେଡି ଜିଲ୍ଲା କମିଟିର ସାଧାରଣ ସମ୍ପାଦିକା ଥିଲେ ଅମିତାବାଳା ଆଚାର୍ଯ୍ୟ । ତେବେ ବିଜେଡ଼ି ଦଳ ଭଦ୍ରକ ଜିଲ୍ଲାର ବିକାଶ କାର୍ଯ୍ୟ କରୁନଥିବା ଓ ତାଙ୍କୁ ଦଳ ଅଣଦେଖା କରୁଥିବାରୁ ସେ ଦଳ ଛାଡି ଜାତୀୟ କଂଗ୍ରେସ ଦଳରେ ମିଶିଛନ୍ତି ।

ବର୍ତ୍ତମାନ ପୌର ନିର୍ବାଚନ ସମୟରେ କଂଗ୍ରେସ ଦଳରେ ମିସିଛନ୍ତି ଓ କଂଗ୍ରେସ ଦଳ ତାର ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀ କରିପାରେ । ସେପଟେ ପୌରଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ମୈଦାନକୁ ଓଲ୍ଲାଇ ପାରନ୍ତି ବୋଲି ସୂଚନା ମିଳୁଛି । ତେବେ କଂଗ୍ରେସ ଦଳ ଏହି ମିଶ୍ରଣ କରି ଆଗାମୀ ପୌର ନିର୍ବାଚନରେ ଦଳ ଭଲ ରେଜଲ୍ଟ କରିବ ବୋଲି ଆଶା ରଖିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts