ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ନିବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକ

ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନନ୍ଦଙ୍କ ପରିବାର ଲୋକେ। ତଦନ୍ତକୁ ନେଇ ପୁଣି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଆନନ୍ଦଙ୍କ ପରିବାର। ଏକ ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ କରିବାକୁ ନିବେଦନ କରିଛନ୍ତି। ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ପରିବାର ଲୋକେ।

ଅନ୍ୟପଟେ, ଗତ ମାସରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା କମିଶନରେଟ ପୁଲିସ୍। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୁଲିସ୍ ଦର୍ଶାଇଥିବା ଜଣା ପଡିଥିଲା। ପୂର୍ବରୁ ଆନନ୍ଦଙ୍କ ହତ୍ୟା ମାମଲାରେ ବିରେନ୍ଦ୍ର ଲାକ୍ରା ଏବଂ ତାଙ୍କର ଜଣେ ମହିଳା ବାନ୍ଧବୀ ସଂପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ତେବେ ପୁଲିସ ରିପୋର୍ଟରେ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଇଥିଲା।

ପୂର୍ବରୁ ମଧ୍ୟ ଆନନ୍ଦ ଟପୋ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଆନନ୍ଦଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ଏହା ହତ୍ୟ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ପୂର୍ବରୁ ଏହି ଘଟଣାରେ ପୁଲିସ ସାହାଯ୍ୟ କରୁନଥିବାରୁ ମୃତକଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Related Posts