ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ପୁଣି ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ। କ୍ରିକେଟ ଖେଳରୁ କଲେଜ ପରିସରରେ ସୃଷ୍ଟି ହୋଇଛି ମହାଭାରତ। ୩ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କଲେ ଅଣଛାତ୍ର । ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଗୁରୁତର ଅବସ୍ଥାରେ ୩ ଛାତ୍ରାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ମହାଭାରତ ହୋଇଛି । ଛାତ୍ରମାନେ ସକାଳୁ କ୍ରିକେଟ୍ ଖେଳୁଥିବା ବେଳେ ଅଣଛାତ୍ର ଖେଳିବାକୁ କହିଥିଲେ । ଶେଷରେ ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ଶେଷରେ କଲେଜର ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୩ଜଣ ଛାତ୍ରାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ୪ରୁ ୫ଜଣ ଛାତ୍ରଙ୍କୁ ଅଟକ ରଖିଛି ବଡ଼ଗଡ଼ ଥାନା ପୋଲିସ ।





