ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ନାମ । ଟେବୁଲ ଟେନିସ୍‌ ଖେଳାଳି ଶରତ କମଲ ଅଞ୍ଚତାଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ଅର୍ଜୁନ ପୁରସ୍କାର ପାଇଁ ୨୫ ଖେଳାଳିଙ୍କ ଚୟନ କରାଯାଇଛି। ସାତ ଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୩୦ରେ ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବେ।

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ଶରତ କମଲ ଅଞ୍ଚତା ଅନେକ ବର୍ଷ ଧରି ଟେବୁଲ୍ ଟେନିସ୍‌ରେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନ କାରଣରୁ ତାଙ୍କୁ କ୍ରୀଡାର ସର୍ବୋଚ୍ଚ ସମ୍ମାନ ପାଇଁ ଚୟନ କରାଯାଇଛି। ଅର୍ଜୁନ ପୁରସ୍କାର ଜିତିଥିବା ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ପାଇଁ ପଦକ ଜିତିଥିଲେ।

କେଉଁ ଖେଳାଳିଙ୍କୁ କେଉଁ ପୁରସ୍କାର

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର

ଶରତ କମଲ ଅଞ୍ଚତା- ଟେବୁଲ ଟେନିସ

ଅର୍ଜୁନ ପୁରସ୍କାର

ସୀମା ପୁନିଆ- ଆଥଲେଟିକ୍ସ

ଆଲଡହାସ ପଲ- ଆଥଲେଟିକ୍ସ

ଅବିନାଶ ମୁକୁନ୍ଦ ସାବଲେ- ଆଥଲେଟିକ୍ସ

ଲକ୍ଷ୍ୟ ସେନ- ବ୍ୟାଡମିଣ୍ଟନ

ଏଚ ଏସ ପ୍ରଣୟ- ବ୍ୟାଡମିଣ୍ଟନ

ଅମିତ୍ ପଙ୍ଘାଲ- ବକ୍ସିଂ

ନିକହତ ଜରିନ- ବକ୍ସିଂ

ଭକ୍ତି ପ୍ରଦୀପ କୁଲକର୍ଣ୍ଣି- ଚେସ୍

ରମେଶବାବୁ ପ୍ରଜ୍ଞାନାନନ୍ଦା- ଚେସ୍

ଦୀପ ଗ୍ରେସ ଇକ୍କା- ହକି

ଶୁଶୀଲା ଦେବୀ- ଜୁଡୋ

ସାକ୍ଷୀ କୁମାରୀ- କବାଡି

ନୟନ ମୋନି ସାକ୍ୟା- ଲନ ବଲ୍

ସାଗର କୈଳାସ ଓଭଲକର- ମଲଖମ୍ଭ

ଏଲାଭେନିଭଲାରିଭନ- ସୁଟିଂ

ଓମପ୍ରକାଶ ମିଥରଓ୍ଵାଲ- ସୁଟିଂ

ଶ୍ରୀଜା ଅକୁଲା- ଟେବୁଲ ଟେନିସ୍

ବିକାଶ ଠାକୁର- ଭାରୋତ୍ତଳନ

ଅଂଶୁ- କୁସ୍ତି

ସରିତା- କୁସ୍ତି

ପ୍ରବୀଣ- ଓ୍ଵୁଶୁ

ମାନସୀ ଗିରିଶଚନ୍ଦ୍ର ଯୋଶୀ- ପାରା ବ୍ୟାଡମିଣ୍ଟନ

ତରୁଣ ଢିଲୋନ- ପାରା ବ୍ୟାଡମିଣ୍ଟନ

ସ୍ଵପ୍ନିଲ ସଞ୍ଜୟ ପାଟିଲ୍- ପାରା ସ୍ଵିମିଂ

ଜେର୍ଲିନ ଅଙ୍କିତା ଜେ- ଡିଫ ବ୍ୟାଡମିଣ୍ଟନ

ଲାଇଫ ଟାଇମ୍ ଆଚିଭମେଣ୍ଟ ପାଇଁ ଧ୍ୟାନଚାନ୍ଦ ପୁରସ୍କାର

ଅଶ୍ଵିନୀ ଅଙ୍କୁଜି ସି- ଆଥଲେଟିକ୍ସ

ଧର୍ମବୀର ସିଂ- ହକି

ବିସି ସୁରେଶ- କବାଡି

ନୀର ବାହାଦୂର ଗୁରୁଙ୍ଗ- ପାରା ଆଥଲେଟିକ୍ସ

ଦ୍ରୋଣାଚାର୍ଯ୍ୟ ପୁରସ୍କାର

ପ୍ରଶିକ୍ଷକ(କୋଚ୍)

ଜୀବନଜୋତ ସିଂ ତେଜା- ତୀରନ୍ଦାଜି

ମହମ୍ମଦ ଅଲ୍ଲୀ କମର- ବକ୍ସିଂ

ସୁମା ସିଦ୍ଧାର୍ଥ ଶିରୁର- ପାରା ସୁଟିଂ

ସୁଜିତ ମାନ- କୁସ୍ତି

Related Posts