ଇସ୍ରୋକୁ ଆଉ ଏକ ସଫଳତା; PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ହେଲା ସଫଳ ଉତକ୍ଷେପଣ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମହାକାଶ ଗବେଷଣା କ୍ଷେତ୍ରରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ସେଣ୍ଟର (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ । ୩୬୦କେଜି ଓଜନର ଏହି ସାଟେଲାଇଟକୁ ସିଙ୍ଗାପୁର ସରକାରଙ୍କ DSTA ଓ ଏସଟି ଇଂଜିନିୟରିଂ ପକ୍ଷରୁ ମିଳିତ ଭାବେ ତିଆରି କରାଯାଇଛି ।

ଏଥିସହ ସିଙ୍ଗାପୁରର ଆଉ ୬ଟି ସାଟେଲାଇଟର ମଧ୍ୟ ଉତକ୍ଷେପଣ କରାଯାଇଛି । ଆଜି ସକାଳ ୬ଟା ୩୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାବନ ସ୍ପେସ ସେଣ୍ଟରରୁ ୭ଟି ସାଟେଲାଇଟର ଉତକ୍ଷେପଣ ହୋଇଛି । ଇସ୍ରୋ ପକ୍ଷରୁ ବ୍ୟାବସାୟିକ ଭିତ୍ତିରେ ସିଙ୍ଗାପୁରର ଏହି ସାଟେଲାଇଟ ଗୁଡିକୁ ପଠାଯାଇଛି ।

Related Posts