କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା ମହାନ୍ତି

ଭୁବନେଶ୍ୱର : ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା ଏବେ ଧିରେ ଧିରେ ଥମିବାକୁ ଲାଗିଛି । ଦୁଇ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ପାରିବାରିକ ଝଡ଼ ଥମିବା ପରି ଲାଗୁଛି । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ଦାଣ୍ଡ ରେ ପଡ଼ି ହାଟରେ ଗଡୁଥିବା ବେଳେ, ଏବେ ଏହି ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ଗତକାଲି ବାବୁସାନ ମହାନ୍ତି ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ତାଙ୍କର ଜନ୍ମଦିନ ପାଳିଥିଲେ । ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ କେକ୍ କାଟିଥିଲେ ।

ଯାହା ଜଣାପଡୁଛି ଯେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଝଡ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ତେବେ ଏତେସବୁ ପରେ ବି ଗଣମାଧ୍ୟମ ଆଗରେ କେହି ମୁହଁ ଖୋଲୁନାହିଁନ୍ତି । କିନ୍ତୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରତିକ୍ରିୟା ଅପେକ୍ଷାରେ ଘର ବାହାରେ ଡେରା ପକାଇଥିବା ବେଳେ, ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ।

କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କରିଛନ୍ତି ଅପରାଜିତା । ସେ କହିଛନ୍ତି ବାବୁସାନ୍ ଙ୍କ ବାପାଙ୍କ ଦେହ ଭଲ ନାହିଁ । କେତେବେଳେ ଆମ୍ବୁଲାନ୍ସର ଆବଶ୍ୟକତା ପଡିପାରେ । ତେଣୁ ଘର ଆଗରେ ଗହଳି ନକରିବାକୁ ବିନମ୍ର ନିବେଦନ କରିଛନ୍ତି ଅପରାଜିତା । ସେ ଆହୁରି କହିଛନ୍ତି ସହଯୋଗ ପାଇଁ ଅଶେଷ ଧନ୍ୟବାଦ । ଆମକୁ ଟିକେ ସମୟ ଦିଅନ୍ତୁ । ଏକୁଟିଆ ଛାଡିଦିଅନ୍ତୁ ।

Related Posts