ଦିଲ୍ଲୀ ବିଧାନସଭାରେ ବିଡ଼ା ବିଡ଼ା ଟଙ୍କା ଦେଖାଇଲେ ଆପ୍ ବିଧାୟକ; ଲାଞ୍ଚ ଦିଆଯାଇଥିବା ଆଣିଲେ ଅଭିଯୋଗ

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟି(ଆପ)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ବିଡ଼ା ବିଡ଼ା ଟଙ୍କା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଟଙ୍କା ତାଙ୍କୁ ଲାଞ୍ଚ ସ୍ବରୂପ ଦିଆଯାଇଥିବା ସେ କହିବା ସହିତ ବିଧାନସଭା ଗୃହ ମଧ୍ୟରେ ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି।

ତେବେ ବିଧାୟକ ମୋହିନ୍ଦର ଗୋୟଲଙ୍କ ଅନୁଯାୟୀ ବାବା ସାହେବ ଆମ୍ବେଡକର ହସ୍ପିଟାଲରେ ନର୍ସିଂ ଇତ୍ୟାଦି ନିଯୁକ୍ତି ପାଇଁ ଟେଣ୍ଡର ବାହାରିଥାଏ। ତେବେ ସରକାରଙ୍କର ଏକ ନିୟମ ଅଛି ଯେ ୮୦ ପ୍ରତିଶତ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ପଡ଼ିବ, କିନ୍ତୁ ଏଠାରେ ଏହା ହୁଏ ନାହିଁ। ନିଯୁକ୍ତିରେ ଅନିୟମିତତା କରାଯାଇ ଲାଞ୍ଚ ନିଆଯାଇଥାଏ। ଏଥିରେ ବହୁ ପରିମାଣରେ ଟଙ୍କା ଲାଞ୍ଚ ଆକାରରେ ଜମା ହୋଇଥାଏ। କିନ୍ତୁ ଚାକିରି ପାଇବା ପରେ ମଧ୍ୟ ସେମାନେ ପୂର୍ଣ୍ଣ ଦରମା ମିଳି ନଥାଏ। ଠିକାଦାରମାନେ ନିଜେ ସେମାନଙ୍କଠାରୁ ବହୁତ ଟଙ୍କା ନେଇଥାନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଦରମା ନ ମିଳିବାରୁ କର୍ମଚାରୀମାନେ ଡାକ୍ତରଖାନାରେ ଧର୍ମଘଟରେ ବସିଥିଲେ ଯେଉଁଠାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ମୁଁ ଡିସିପିଙ୍କ ନିକଟରେ ଅଭିଯୋଗ କରିଛି। ସିଏସ ଏବଂ ଉପରାଜ୍ୟପାଳଙ୍କ ପର୍ଯ୍ୟନ୍ତ ମଧ୍ୟ ଅଭିଯୋଗ ଯାଇଛି। ବିଧାୟକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ସେମାନେ ମୋତେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ମୁଁ ଡିସିପିଙ୍କୁ ଜଣାଇଲି ଯେ ମୋତେ ୧୫ ଲକ୍ଷ ଲାଞ୍ଚ ଟଙ୍କା ଦିଆଯାଉଛି ଏବଂ ମୁଁ ସେମାନଙ୍କୁ ଧରିବାକୁ ଚାହୁଁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହକହି ସେ ଗୃହ ମଧ୍ୟରେ ବିଡ଼ା ବିଡ଼ା ଟଙ୍କା ଦେଖାଇବା ସହ କହିଥିଲେ ଯେ, ମୁଁ ମୋ ଜୀବନକୁ ବିପଦରେ ପକାଇ ଏହି କାମ କରୁଛି। ସେମାନେ ଏତେ ପ୍ରଭାବଶାଳୀ ଲୋକ ଯେ ମୋ ଜୀବନ ମଧ୍ୟ ନେଇପାରିବେ। ଏହା ଉପରେ ଏକ ଅନୁସନ୍ଧାନ ହେବା ଜରୁରୀ ବୋଲି ସେ କହିଛନ୍ତି।

ତେବେ ବିଧାନସଭା ଗୃହ ମଧ୍ୟରେ ଜଣେ ବିଧାୟକ ବିଡ଼ା ବିଡ଼ା ଟଙ୍କା ଦେଖାଇ ଏହାକୁ ଲାଞ୍ଚ ଟଙ୍କା ବୋଲି କହିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts