ଅର୍ଚ୍ଚନା ନାଗ ମାମଲା; ଆଜି ସରୁଛି ଖଗେଶ୍ବରର ରିମାଣ୍ଡ ଅବଧି, ପୁଣି ୫ ଦିନ ରିମାଣ୍ଡରେ ଆଣିବାକୁ ଇଡିର ପ୍ରସ୍ତୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ତେଣୁ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହେବ ଖଗେଶ୍ୱର । ତେବେ ଖଗେଶ୍ୱରକୁ ପୁଣି ୫ ଦିନ ରିମାଣ୍ଡରେ ଆଣିବା ଲାଗି ଇଡି ଆବେଦନ କରିବ ବୋଲି ଜଣାଯାଇଛି। ରିମାଣ୍ଡ ସମୟରେ ଖଗେଶ୍ୱର ସହଯୋଗ କରି ନ ଥିବାରୁ ପୁଣି ରିମାଣ୍ଡ ଆବେଦନ କରିବ। ଏହାଛଡ଼ା ପୁଲିସକୁ ଅର୍ଚ୍ଚନା ନାଗ ମାମଲାରେ ସିଜର ଲିଷ୍ଟ ମାଗିଛି ଇଡି।

ଏପଟେ ଖଗେଶ୍ବର ଏତେ ପରିମାଣର ସଂପତ୍ତି କେଉଁଠାରୁ ଆଣିଲା ଏବଂ ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି ସେନେଇ କୌଣସି ଠୋସ୍ ତଥ୍ୟ ଦେଇପାରୁନାହିଁ। ଏବେ ଇଡି ଖଗେଶ୍ବର ପାତ୍ରର ସଂପତ୍ତିକୁ ଆଟାଚ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା। ଗିରଫ ପରେ ଖଗେଶ୍ବରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଜିଲ୍ଲା କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ, କୋର୍ଟ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ପାତ୍ର ଗିରଫ ହେବା ପରେ ଇଡି ତାକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିବାରେ ଲାଗିଛି।

Related Posts