ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ, ହେଲେ ଏବେବି ଜେଲ୍‌ରେ ରହିବେ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବ୍ଲାକମେଲ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍‌ । ପୂର୍ବରୁ ଗୋଟିଏ ମାମଲାରେ ଜାମିନ ମିଳିଥିବା ବେଳେ ଏବେ ଦ୍ଵିତୀୟ ମାମଲାରେ ଅର୍ଚ୍ଚନାଙ୍କୁ ମିଳିଛି ଜାମିନ୍‌ । ଏହାସହିତ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ରେ ମାମଲାରେ ପରବର୍ତ୍ତୀ ଶୁଣାଣି ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ଜାମିନ ଲାଗି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା । ପୂର୍ବରୁ ନୟାପଲ୍ଲୀ ଥାନାରେ ଥିବା ମାମଲାରେ ତାଙ୍କୁ ଜାମିନ ମିଳିଥିଲା।

ଆଜି ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିବା ସହିତ ଅର୍ଚ୍ଚନାଙ୍କ ସମ୍ମୁଖରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଖାସ୍‌ କରି ତାଙ୍କ ନାଁରେ ଚାଲିଥିବା ମାମଲା ସଂପର୍କରେ ବାହାରେ କୌଣସି ପ୍ରତିକ୍ରିୟା ରଖିପାରିବେନାହିଁ । ଏହାବାଦ୍‌ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ହାଇକୋର୍ଟରେ ଜାମିନ ମିଳିଥିବା ସତ୍ତ୍ୱେ ବି ଏବେ ବି ଜେଲ୍‌ରେ ରହିବେ ଅର୍ଚ୍ଚନା ନାଗ । ଇଡିରେ ଚାଲିଥିବା ମାମଲାରେ ବେଲ୍‌ ମିଳିନଥିବାରୁ ଏବେ ଜେଲ୍‌ରୁ ବାହାରି ପାରିବେ ନାହିଁ ଅର୍ଚ୍ଚନା ନାଗ ।

Related Posts