ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ରାଜଧାନୀର ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଆଜି ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ତେବେ ତଦନ୍ତରେ ସହଯୋଗ କରିବା, ବାହାରକୁ ନଯିବାକୁ, ସାକ୍ଷୀଙ୍କୁ ପ୍ରଭାବତି ନ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବର୍ତ୍ତମାନ ଝାରପଡା ଜେଲ୍ ରେ ଥିବା ଅର୍ଚ୍ଚନାଙ୍କ ବିରୋଧରେ ଆଉ ଦୁଇଟି ମାମଲା ରହିଥିବାରୁ ସେ ଏବେ ଜେଲରୁ ମୁକୁଳିବେ ନାହିଁ। ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଚଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ଚାଲିଥିବା ତଦନ୍ତ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି।

Related Posts