ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ନୌସେନାରେ ସାମିଲ ହେଲା ଅରିଦମନ। ତେବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନ ଭାରତୀୟ ନୌସେନାରେ ସାମିଲ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଠାନିକ ଭାବେ ଉକ୍ତ ବୁଡ଼ାଜାହାଜକୁ କମିଶନ କରାଇଛନ୍ତି। ତୃତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ସାମିଲ ହୋଇଥିବାରୁ ଏହା ନୌସେନାର ସାମର୍ଥ୍ୟକୁ ବଢ଼ାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଭାରତର ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ସବ୍ମାରିନ୍ (ଏସ୍ଏଏସ୍ବିଏନ୍)କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଗୁପ୍ତ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ଓ ପରେ ଆଇଏନ୍ଏସ୍ ଅରିଘାତ ନିର୍ମାଣ ହୋଇଥିଲା। ଏଭଳି ବୁଡ଼ାଜାହାଜ କେବଳ ଆମେରିକା, ରୁଷିଆ, ବ୍ରିଟେନ୍, ଫ୍ରାନ୍ସ, ଚାଇନା ଏବଂ ଭାରତ ପାଖରେ ରହିଛି।





