ଆଜି ଦିଲ୍ଲୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଅରବିନ୍ଦ କେଜ୍ରିୱାଲ, ମୁହାମୁହିଁ ହେବେ ଆପ୍-ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ ନିଜ ସରକାରର ବହୁମତ ସାବ୍ୟସ୍ତ କରିବେ । ଅବକାରୀ ଦୁର୍ନିତୀ ଅଭିଯୋଗ ନେଇ ଆପ୍ ଏବଂ ବିଜେପି ଭିତରେ ମୁହାମୁହିଁ ସ୍ଥିତି ଉପୁଜିଛି । ଏସବୁ ଭିତରେ ଆଜି ଦିଲ୍ଲୀ ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ କରିବେ ଅରବିନ୍ଦ କେଜ୍ରିୱାଲ । ଆପ୍ ସରକାର ପାଖରେ ବିଧାୟକଙ୍କ ବହୁମତ ଥିବାରୁ ଶକ୍ତି ପରୀକ୍ଷଣକୁ କେଜ୍ରିୱାଲ ସହଜରେ ଜିତିବା ସମ୍ଭାବନା ରହିଛି ।ରାଜଧାନୀ ଦିଲ୍ଲୀରେ ଆପ୍ ଏବଂ ବିଜେପି ଭିତରେ ରାଜନୀତି ତେଜିବାରେ ଲାଗିଛି। ତେବେ ଆଜି ବିଧାନସଭାରେ ଉଭୟ ଆପ ଓ ବିଜେପି ମୁହାଁ ମୁହିଁ ହୋଇପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ ସରକାରକୁ ଭାଙ୍ଗିବା ପାଇଁ ବିଧାୟକଙ୍କୁ ବିଜେପି ୨୦କୋଟି ଟଙ୍କା ଲେଖାଏଁ ଅଫର କରୁଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ । ଏହାପରେ ବିଜେପିର ଏହି ଅଭିଯାନ ଅସଫଳ ହୋଇଥିବା ମଧ୍ୟ ସେ କହିଛନ୍ତି। ତେବେ ଗତ ସପ୍ତାହରେ ଆପ୍ ବିଧାୟକ ଦଳର ବୈଠକ ବସିଥିଲା । ଏହି ବୈଠକରେ ୫୩ ବିଧାୟକ ସାମିଲ ହୋଇଥିଲେ। ବୈଠକ ରେ କିଛି ବିଧାୟକ ଙ୍କ ଅନୁପସ୍ଥିତି ପରେ ଏହାକୁ ନେଇ ବିଜେପି ଅଭିଯୋଗ ଆଣିଥିଲା ଯେ ଆପ୍ ସରକାରର ବହୁମତ ନାହିଁ । ଏସବୁ ଭିତରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଇ ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ କେଜ୍ରିୱାଲ। ତେବେ ୭୦ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳ ବିଜେପି ପାଖରେ ୮ ବିଧାୟକ ଅଛନ୍ତି।

Related Posts