ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ । ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟାୟକଙ୍କ ମଧ୍ୟ ଗତକାଲି ସମ୍ମତି ଘୋଷଣା କରିଥିଲା ।
ପୂର୍ବରୁ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରେ ବିଜେପିରୁ ପାର୍ଥୀ ହୋଇଥିବା ଅଶ୍ୱିନୀ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇପାରିଥିଲେ । ଏଥର ମଧ୍ୟ ସମାନ ପାଠର ପୁରନରାବୃତ୍ତି ହେଉଛି ।
ସୂଚନାଯୋଗ୍ୟ, କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ମନୋନୀତ ହୋଇ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି।
ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ହେବ । ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ପ୍ରକାଶ ପାଇବ





