ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆନ୍ କପ୍ ଟେବଲ ଟେନିସ୍ରେ ଇତିହାସ ରଚିଛନ୍ତି ଦେଶର ଏକ ନମ୍ବର ମହିଳା ଟେବଲ ଟେନିସ୍ ଖେଳାଳି ମନିକା ବାତ୍ରା। ଦେଶର ପ୍ରଥମ ମହିଳା ଭାବେ ଜିତିଲେ ବ୍ରୋଞ୍ ପଦକ। ଗତକାଲି ସେ ଦେଶର ପ୍ରଥମ ମହିଳା ଟେବଲ ଟେନିସ୍ ଖେଳାଳି ଭାବେ ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦେଶ ପାଇଁ ଏହି ଗୌରବ ଆଣିବା ପରେ ଆଜି ସେ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଶନିବାର ଖେଳା ଯାଇଥିବା ମହିଳା ସିଙ୍ଗିଲସ୍ ସେମିଫାଇନାଲରେ ମନିକାଙ୍କୁ ଜାପାନର ମିମା ଇତୋ ହରାଇ ତାଙ୍କର ଫାଇନାଲରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗି ଦେଇଥିଲେ।
ହେଲେ ଏହାପରେ ମନିକା ବ୍ରୋଞ୍ଜ ପଦକ ପାଇଁ ଖେଳିଥିଲେ । ଏହି ମ୍ୟାଚ୍ ରେ ସେ ୩ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବା ହୀନା ହାୟତାଙ୍କୁ ୪-୨ ସେଟ୍ ରେ ପରାସ୍ତ କରିଛନ୍ତି। ଏହି ବ୍ରୋଞ୍ଜ ପଦକ ଜିତିବା ପାଇଁ ମନିକା ହାୟତାଙ୍କୁ କ୍ରମାଗତ ଭାବରେ ୧୧-୬,୬-୧୧,୧୧-୭,୧୨-୧୦, ୪-୧୧, ୧୧-୨ ସେଟ୍ ରେ ପରାସ୍ତ କରିଥିଲେ | ଏହି ସଫଳତା ସହିତ ସେ ଏହି ପ୍ରତିଯୋଗିତାରେ ବିଶ୍ଵର ଶ୍ରେଷ୍ଠ ୧୦ ତାଲିକାରେ ଥିବା ୨ ଖେଳାଳିଙ୍କୁ ପରାସ୍ତ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ ।





