ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଏସଓ ଚୟନରେ ଅନିୟମିତତା ମାମଲାରେ ରାୟ ଶୁଣାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ୧୧୦୪ ଜଣଙ୍କ ଓପିଏସସି ମେଧା ତାଲିକା କାଏମ ରଖିଛନ୍ତି ହାଇକୋର୍ଟ। ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି ବି କହିଛନ୍ତି ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ୨ ଜଣିଆ ଖଣ୍ଡପୀଠ ଖାରଜ କରିଛନ୍ତି।
ଏହି ରାୟ ଆସିବା ପରେ ୧୧୦୪ ଜଣଙ୍କ ମେରିଟ ଲିଷ୍ଟ କାଏମ ରହିଛି। ଏହାସହ ଯେଉଁଠାରୁ ଚୟନ ପ୍ରକ୍ରିୟା ବନ୍ଦ ହୋଇଥିଲା ସେହିଠାରୁ ପୁଣିଥରେ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାପୂର୍ବରୁ ଏଏସଓ ଚୟନରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ। ଯେଉଁମାନଙ୍କ ପିଟିସନର ଶୁଣାଣି କରି ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ବଦଳରେ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ। କିନ୍ତୁ ଜଣିକିଆ ଖଣ୍ଡପୀଠର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନ୍ୟ ପରୀକ୍ଷାର୍ଥୀ। ଏହି ରାୟକୁ ୨ ଜଣିଆ ଖଣ୍ଡପୀଠ ତର୍ଜମା କରନ୍ତୁ ବୋଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ ଦୁଇ ଜଣିଆ ଖଣ୍ଡପୀଠ। ଏହାସହ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।





