ଫେବ୍ରୁଆରୀ ୫ରୁ ବିଧାନସଭା; ନିର୍ବାଚନ ପୂର୍ବରୁ ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ୱର,୧୯/୦୧ (ସତ୍ୟପାଠ ବ୍ୟୁରୋ): ଆସନ୍ତା ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ବଜେଟ୍ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ତେବେ ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଏହାପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ମିଳିଥିବା ସୂଚନା ଅନୁସାରେ, ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିବେ। ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର ।

Related Posts