ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମାମଲା; ଗିରଫ ହୋଇଥିବା ଆଇଆଇଟି ଗ୍ରାଜୁଏଟ ଛାତ୍ରଙ୍କ ଫୋନରୁ ମିଳିଲା ଜାକିର ନାଇକଙ୍କ ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମାମଲାରେ ଆଇଆଇଟି ଗ୍ରାଜୁଏଟ ଅହମ୍ମଦ ଆବାସିଙ୍କୁ ଗିରଫ କରାଯାଇଛି । ଗିରଫ ପରେ କୋର୍ଟ ପୁଲିସଙ୍କୁ ତାଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସେପଟେ ରାଜ୍ୟ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉପଲବ୍ଧ ଥିବା ପ୍ରମାଣ ଆଧାରରେ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇପାରେ । ଅଭିଯୁକ୍ତଙ୍କ ମୋବାଇଲ ଏବଂ ଲାପଟପର ଯାଞ୍ଚ ଚାଲିଛି । ଏହା ମଧ୍ୟରେ ଗିରଫ ହୋଇଥିବା ଛାତ୍ରଙ୍କ ଫୋନରୁ ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଇକଙ୍କ ଭିଡିଓ ମିଳିଥିବାର କଥା ସାମ୍ନାକୁ ଆସିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ଆତଙ୍କବାଦୀ କାର୍ଯ୍ୟରେ ଅର୍ଥ ଯୋଗାଣ, ଘୃଣା ମନ୍ତବ୍ୟ, ଦୁଇ ସମ୍ପ୍ରାଦୟ ମଧ୍ୟରେ ଘୃଣା ସୃଷ୍ଟି କରିବା ଭଳି ସଙ୍ଗୀନ ଅପରାଧରେ ନାଇକଙ୍କୁ ଭାରତୀୟ ଅଧିକାରୀ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛନ୍ତି ।

ସେପଟେ ଗୋରଖନାଥ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଥିବା ନେଇ ଉତ୍ତରପ୍ରଦେଶ ପୁଲିସକୁ ସୂଚନା ଦେଇଥିଲା ଗୁଇନ୍ଦା ଏଜେନ୍ସି । ଏଥିସହିତ ଏହି ଆକ୍ରମଣରେ ସମୃକ୍ତ ଥିବା ୧୬ ଜଚ୍ଚଙ୍କ ପ୍ରୋଫାଇଲ ଗୁଇନ୍ଦା ଏଜେନ୍ସି ଶେୟାର କରିଥିଲେ । ସେଥି ମଧ୍ୟରେ ଆଇଆଇଟି ଗ୍ରାଜୁଏଟ ଆବାସିଙ୍କ ପ୍ରୋଫାଇଲ ମଧ୍ୟ ରହିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts