“ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣା: ହସ୍ପିଟାଲରେ ନବୀନଙ୍କ ସାକ୍ଷାତ”

ଭୁବନେଶ୍ୱର, ୧୧ ମାର୍ଚ୍ଚ:ଗତକାଲି ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ହସ୍ପିଟାଲକୁ ଯାଇ ଭେଟିଥିଲେ।ଏହି ଅବସରରେ ନବୀନ ପଟ୍ଟନାୟକ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଚାଲିଥିବା ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ସେହିସହିତ ଶ୍ରୀ ନାୟକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ଘଟଣା ବିଷୟରେ ତଥ୍ୟ ଜାଣିଥିଲେ ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।ସୂଚନାଯୋଗ୍ୟ ଯେ, ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଗତକାଲି କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ଘୋଡ଼ା ବ୍ୟାପାରରେ ମାତିଛି ବୋଲି ଅଭିଯୋଗ

Related Posts