କଟିବ ପ୍ରଶାନ୍ତଙ୍କ ପର , ଜଗଦେବଂକ ନାଁରେ ଲାଗିଲା ହତ୍ୟା ଉଦ୍ୟମ ଦଫା

ସତ୍ୟପାଠ ବ୍ୟୁରୋ, ୧୩/୦୩ : ବାଣପୁର ବ୍ଲକ କାଯ୍ୟାଳୟ ସାମନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଜନତାଙ୍କ ପ୍ରତିଆକ୍ରମଣର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବିଜେଡି ର ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କଡ଼ା ପହରା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଗତକାଲି ସୂଚନା ଦେଇଛନ୍ତି।

ସେପଟେ ପୋଲିସର ବାରଣ ସତ୍ତ୍ୱେ ଜଗଦ୍ଦେବ ଭିଡ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପରିଣାମ ସ୍ବରୂପ ଗତକାଲି ର ଘଟଣା ଏପରି ହିଂସ୍ର ଓ ରକ୍ତାକ୍ତ ସ୍ଥିତି ଉପୁଜିଲା। ପ୍ରଶାନ୍ତ ଜାଣିଶୁଣି ଲୋକଂ ଉପରେ ଗାଡ଼ି ମଡ଼େଇ ଦେଇଥିଲେ ବୋଲି ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି ତା ଛଡ଼ା ଲୋକମାନେ ମୋବାଇଲ ରେ ରେକର୍ଡ କରିଥିବା ଭିଡ଼ିଓ ମଧ୍ଯ ଏହି ଅଭିଯୋଗକୁ ପ୍ରମାଣିତ କରୁଛି। ଜଗଦେବ ଜିଦ୍ ରେ ଗାଡି ଚଢ଼େଇ ନ ଥିଲେ ଆହତ ଙ୍କ ସ୍ଥିତି ଶୋଚନୀୟ ହୋଇ ନ ଥାନ୍ତା। ତେଣୁ ପ୍ରଶାନ୍ତଙ୍କ ବି ରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଭଳି ସଙ୍ଗୀନ ଦଫା ଲଗାଇଛି। ସେ ଯେତେ ଶୀଘ୍ର ସୁସ୍ଥ ହେବେ,ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଜଗଦେବ ଉପସ୍ଥିତ ସହ ଶହ ଲୋକଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ଅମାନବୀୟ କାଣ୍ଡରେ ୧୦ଜଣ ପୋଲିସ, ୨ଜଣ ଖବରଦାତା ଆହତ ହୋଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରାଥମିକ ତଦନ୍ତ ଏବଂ ପୋଲିସ ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାରେ ୧୩୧/୨୨ରେ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ, ପୋଲିସକୁ ଡ୍ୟୁଟିରେ ବାଧା ସୃଷ୍ଟି, ଜନତାଙ୍କୁ ଗୁୁରୁତର ଆଘାତ, କାରକୁ ଅସ୍ତ୍ର ଭାବେ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ଦଫା ଲାଗିଛି। ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଛି।

୭ଟି ମାମଲାରେ ଚାର୍ଜଶିଟ ଦିଆଯାଇଛି। ୪ଟି କେସ୍‌ରେ କୋର୍ଟ ଟ୍ରାଏଲରେ ରହିଛି। ଏହି ଘଟଣାରେ ବିଧାୟକ ଏକ ବିପଦପୂର୍ଣ୍ଣ କାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଥିଲେ ବୋଲି ପୋଲିସ ରିପୋର୍ଟରେ ଦର୍ଶାଯାଇଛି। ପୋଲିସ ପାଖରେ ବଳିଷ୍ଠ ପ୍ରମାଣ ରହିଛି। ଘଟଣାସ୍ଥଳରେ ଉପସ୍ଥିତ ବହୁ ବ୍ୟକ୍ତି ଏହି ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଏଭିଡେନ୍ସମଧ୍ଯ ରହିଛି। ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଗତ କାଲି ରାତିରୁ ବାଣପୁରରେ ପରିସ୍ଥିତି ଶାନ୍ତ ରହିଛି। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୧୪୪ ଧାରା ଜାରି କରାଯାଇଥିବା ପୋଲିସ ସୂଚନା ଦେଇଛନ୍ତି।

Related Posts