ଆଗ୍ରା(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରଥମଥର ପାଇଁ ୬୫ ବର୍ଷୀୟ ବେବି ରାଣୀ ମୌର୍ଯ୍ୟଙ୍କ ପୋଲ ନିର୍ବାଚନ ହୋଇଛି । ଯିଏକି ଉତ୍ତରପ୍ରଦେଶର ରାଜ୍ୟପାଳ ତଥା ଆଗ୍ରା ମେୟର ଭାବରେ କାର୍ୟ୍ୟ କରିଛନ୍ତି। ଏହା ମଧ୍ୟରେ ବେବି ରାଣୀ ମୌର୍ଯ୍ୟ ବହୁଜନ ସମାଜବାଦ ପାର୍ଟିର ମୁଖ୍ୟ ମାୟାବତୀଙ୍କ ମୂଳ ନିର୍ବାଚନୀ ମଣ୍ଡଳର ଭୋଟରଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଯେଉଁଠି ପ୍ରାୟ ସମସ୍ତ ଭୋଟର ଦଳିତ ଅଟନ୍ତି । ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଯଦି ଏଠାରେ ବେହେନ ଜି ନାହାନ୍ତି ତାହାଲେ ବର୍ତ୍ତମାନ ବେବି ରାନୀ ବେହେନ ଜି ଅଛନ୍ତି ବୋଲି କହିଛନ୍ତି ।
ସେପଟେ ବେବି ରାନୀ ମୌର୍ଯ୍ୟ ମଧ୍ୟ ଦଳିତ ଅଟନ୍ତି । ତେଣୁ ଏପରି କହି ସେଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ପ୍ରୟାସ ଚଳାଇଛନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ୧୯୯୫ ମସିହାରେ ଆଗ୍ରାର ପ୍ରଥମ ଦଳିତ ମହିଳା ମେୟର ଭାବରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କୁ ବିଜେପିର ପ୍ରାର୍ଥୀ କରି ଜାଟ ଓ ଦଳିତମାନଙ୍କର ଭୋଟକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ସେପଟେ ବିଜେପି ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ତାଙ୍କ ନାମ ଘୋଷଣା ହୋଇଥିବାର ଦେଖିବାକୁ ମିଳିଥିଲା ।





