ବାଲେଶ୍ଵର ଟ୍ରେନ ଟ୍ରାଜେଡି: ଏପର୍ଯ୍ୟନ୍ତ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଛି। ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି। ଏସଆରସିଙ୍କ ସୂଚନା ଆଧାରରେ ଶ୍ରୀ ଜେନା ଏହି ତଥ୍ୟ ଦେଇଛନ୍ତି।

ସେହିପରି ପ୍ରାୟ ୧୦୦୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି। ତେବେ କ୍ରେନ ସାହାଯ୍ୟରେ ବଗିଗୁଡିକ ଉଠାଇବା ସହ କଟର ଦ୍ଵାରା ମଧ୍ୟ ବଗି ଗୁଡ଼ିକୁ କଟାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ପ୍ରାୟ ୫୦୦ରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୦୦ ଆମ୍ବୁଲାନ୍ସ ନିୟୋଜିତ ଥିବାବେଳେ ୧୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି।

Related Posts