ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯିବ। ଜୁନ୍ ୩ ତାରିଖ ଦିନ ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୩୩ ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ମଧ୍ୟ ବଢିପାରେ।
ଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାହାନଗା ନିକଟରେ ପ୍ରଥମେ ଏକ ମାଲ୍ ଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା।
ତେବେ ବାହାନଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଦାୟୀ, ତଦନ୍ତ ହେବ ବୋଲି କହିଛନ୍ତି।





