ପ୍ରଶାନ୍ତ ଜଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କଲେ ବାଣପୁର କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କଲେ ବାଣପୁର କୋର୍ଟ । ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ଜାମିନ ପାଇବା ପାଇଁ ଆଜି ବାଣପୁର କୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ଅଦାଲତ ତାଙ୍କର ଏହି ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।ଚଳିତ ମାସ ୨୨ ତାରିଖରୁ ଗିରଫ ହୋଇ ଚିଲିକା ବିଧାୟକ ଏବେ ବାଣପୁର ସବ୍-ଜେଲ୍ ରେ କଏଦୀ ଭାବେ ଅଛନ୍ତି । କିଛି ଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଜ୍ଞଦେ୍ଦବ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଇଥିଲେ ।

ଯେଉଁଠି ଅନେକ ଲୋକ ଆହତ ହୋଇଥିଲେ । ଏପରିକି ଅନେକ ପୁଲିସକର୍ମୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭତ୍ତି ହୋଇଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଜଗଦ୍ଦେବଙ୍କ ନିସ୍ତୁକ ମାଡ଼ ମାରିଥିଲେ । ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁରୁତର ଭାବରେ ଭୁବନେଶ୍ୱରସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରଶାନ୍ତ ଜଗଦ୍ଦେବ ସୁସ୍ଥ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

Related Posts