ବଟି ମାଗି ଫସିଲେ ଥାନା ଆଇଆଇସି: କମିଶନରେଟ ପୋଲିସ ନେଲା କାର୍ଯ୍ୟନୁଷ୍ଠାନ

କଟକ : କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଟି ମାଗିବା ଘଟଣାକୁ ନେଇ ଆକ୍ସନ୍‌ ନେଇଛି ପୋଲିସ୍‌ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି । ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ ମିଶ୍ରଙ୍କୁ ରଖାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ବୋଲି ଜଣା ପଡ଼ିଛି ।

ସୂଚନା ଥାଉକି ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ ଏହି ଅଧିକାରୀ ଜଣକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହୋଥିଲା । ଯାହାକୁ ନେଇ କମିଶନ୍‌ରେଟ୍‌ ପୋଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Related Posts