ବେଲବାହାଳି କୁସେଇ ନଦୀ ଉପରେ ନିର୍ମାଣଧିନ ଅବସ୍ଥାରେ ଭୁଶୁଡ଼ିଲା ସେତୁ, ୩ ଆହତ ମେଡିକାଲ ରେ ଭର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା କୁସେଇ ସେତୁ । ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ରେ ଆନନ୍ଦପୁରର ବେଲବାହାଳି ଠାରେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣା ଫଳରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ସବଡିଭିଜନ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଦିନର ବ୍ୟବଧାନ ପରେ ଆରମ୍ଭ ହେଉଥିବା ଏହି ସେତୁଟି ଅଚାନକ ଆଜି ଭାଙ୍ଗିପଡିଥିଲା ।

ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ଗାଡରକୁ ଏକ ପିଲର କପ୍ ଉପରେ ଉଠାଇବା ସମୟରେ ହଠାତ୍ ଅଧାରୁ ପିଲରକପ୍‌ଟି ଭାଙ୍ଗିଯାଇଛି।
ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଆଉ ତଳେ କେହି ଥିବା ନଥିବା ନେଇ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ବେଳେ ଠିକା ସଂସ୍ଥାର କାମ କୁ ନେଇ ପ୍ରଶ୍ନ ଉଠିଛି । ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବା ବେଳେ ଠିକାଦାର ଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ତେବେ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଠିକାସଂସ୍ଥା ର କର୍ମଚାରୀ ଘଟଣ ସ୍ଥଳ ଛାଡ଼ି ଚମ୍ପଟ ମାରିଛନ୍ତି।

Related Posts