ପଞ୍ଜାବର ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ଭଗୱନ୍ତ ମାନ । ପ୍ରଥମ ଥର ପାଇଁ ପଞ୍ଜାବ ରାଜନୀତିରେ ଶାସନ କ୍ଷମତା ହାତେଇବା ପରେ ଆପ୍ର ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ମାର୍ଚ୍ଚ ୧୬ରେ ଶପଥ ନେବାକୁ ଯାଉଛନ୍ତି। ତେବେ ତାପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇ ବିରୋଧୀଙ୍କୁ ଝଟ୍କା ଦେଇଛନ୍ତି ଭଗୱନ୍ତ ମାନ୍। ପଞ୍ଜାବର ପୂର୍ବ ସରକାର ସମୟରେ ନେତମାନେ ପାଇଥିବା ଭିଭିଆଇପି ଏବଂ ଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ସେ ମୌଖିକ ଭାବେ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି। କେବଳ ବାଦଲ ପରିବାରକୁ ଛାଡ଼ି ଅନ୍ୟ ପୂର୍ବତନ ବିଧାୟକ ଏବଂ ଏମପି ମାନଙ୍କର ସୁରକ୍ଷା ବ୍ୟବସ୍ଥା ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଛି।

ସମ୍ପୃକ୍ତ ନେତାମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦିଆଯାଇ ଥିଲା। ସେହି ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରରିନ୍ଦର ସିଂ, ଚରଣ ଜିତ ସିଂ ଚନ୍ନି ଏବଂ ଅନ୍ୟ କଂଗ୍ରେସ ଏବଂ ଅକାଳି ଦଳର ନେତାମାନେ ପାଉଥିବା ସୁରକ୍ଷା ବ୍ୟବସ୍ଥା ହରାଇବେ। ଇତିମଧ୍ୟରେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରହିତ୍ ଭଗୱନ୍ତ ମାନଙ୍କୁ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଉପସ୍ଥାପନ କରିବାକୁ କହିଛନ୍ତି।

Related Posts