ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌; ପୁରୀ-ବିଶାଖାପାଟଣା ମଧ୍ୟରେ ଆରମ୍ଭ ହେଲା ସେବା

ଭୁବନେଶ୍ୱର,୧୨/୩(ସତ୍ୟପାଠ ବ୍ୟୁରୋ):  ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀ-ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ। ପୁରୀ ଓ ବିଶାଖାପାଟଣା ମଧ୍ୟରେ ଖୋର୍ଦ୍ଧା, ବାଲୁଗାଁ ଓ ବ୍ରହ୍ମପୁରରେ ଟ୍ରେନ୍‌ ରହଣୀ କରିବ। ଶନିବାର ବ୍ୟତୀତ ସପ୍ତାହର ୬ ଦିନ ଏହା ଚାଲିବ। ଗତବର୍ଷ ମେ’ ମାସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ୨୦୨୩ ସେପ୍ଟେମ୍ବର ମାସରେ ପୁରୀ ଓ ରାଉଲକେଲା ମଧ୍ୟରେ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ  ଷ୍ଟଲ୍, ୫୦ଟି ସୋଲାର୍ ପାୱାର୍ ଷ୍ଟେସନ୍, ୫ଟି ଗୁଡ୍‌ସ ଶେଡ୍, ୯ଟି ନୂଆ ଲାଇନ ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଟି ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ।

Related Posts