ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ଦଳମାନେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୋରଖପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଚନ୍ଦ୍ରଶେଖର ଆଜାଦ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ସେପଟେ ଏ ଖବର ସାମ୍ନକୁ ଆସିବା ପରେ ବର୍ତ୍ତମାନର ବିଧାୟକ ଡକ୍ଟର ରାଧାମୋହନ ଦାସଙ୍କ ଅଗ୍ରୱାଲଙ୍କ ଟିକେଟକୁ ସ୍ଥଗିତ ରଖାଯାଇଥିବାର ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଉତ୍ତରପ୍ରଦେଶରେ ଚନ୍ଦ୍ରଶେଖର ଆଜାଦ ଏକାକି ଲଢ଼ିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେପଟେ କିଛି ଦିନ ପୂର୍ବରୁ ନିର୍ବାଚନ ଲଢ଼ିବା ପାଇଁ ଚନ୍ଦ୍ରଶେଖର ଆଜଦ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।
ଏହା ପୂର୍ବରୁ ତାଙ୍କ ଦଳ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଚନ୍ଦ୍ରଶେଖର ଏପରି ନକରି ଅଖିଳେଶ ଯାଦବଙ୍କୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ଆମେ ଭାବୁଥିଲୁ ଏହା ଏକ ନୂତନ ସମାଜବାଦୀ ପାର୍ଟି । ଏଥିରେ କିଛି ପରିବର୍ତ୍ତନ ହେବ । ଆମେ ବହୁଜନ ସମାଜର ଏକତା ଚାହୁଁଥିଲୁ । କିନ୍ତୁ ଅଖିଳେଶ ଯାଦବଙ୍କ ସହ କଥା ହେଲା ପରେ ମୁଁ ଅନୁଭବ କଲି ଯେ ସେ ଆମକୁ ଆବଶ୍ୟକ କରନ୍ତି ନାହିଁ । ତେଣୁ ଆମେ ଆମ ନିଜ ପାଇଁ ଲଢ଼ିବୁ ବୋଲି ଚଳିତଥର ନିର୍ବଚନୀ ମଇଦାନକୁ ଓହ୍ଳାଇବାକୁ ନିଷ୍ପତ୍ତି ନେଇଥିଲୁ ।





