ସିଏମ୍‌ସି କମିସନରଙ୍କ ନାଁରେ ବଡ଼ ଅଭିଯୋଗ: ସରକାରୀ କ୍ବାଟର୍ସରେ ରହୁଛନ୍ତି ଘରଭଡ଼ା ଟଙ୍କା ବି ନେଉଛନ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ ଆସିଛି। ସେ ସରକାରୀ କ୍ବାଟର୍ସରେ ରହୁଥିଲେ ମଧ୍ୟ ଘରଭଡ଼ା ବାବଦକୁ ସରକାରଙ୍କ ଠାରୁ ଟଙ୍କା ବି ନେଉଛନ୍ତି। କଟକ ମହାନଗର ନିଗମର କମିସନର ଅନାମ ଚରଣ ପାତ୍ର ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି।

ତେବେ ଅନାମ ଚରଣ ପାତ୍ର ୨୦୨୪ ସେପ୍ଟେମ୍ବର ୨୫ରେ କଟକ ମହାନଗର ନିଗମର କମିସନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ୨୦୨୪ ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ କମିସନର ଭାବେ ଦାୟିତ୍ୱରେ ଥିଲେ। କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ବାର୍ଟର୍ସ ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ କମିସନର କ୍ବାଟର୍ସରେ ରହି ଆସୁଥିବା ବେଳେ ପ୍ରତି ମାସ ଘର ଭଡ଼ା ବାବଦରେ ୨୨ ହଜାର ୯୪୪ ଟଙ୍କା ନେଉଛନ୍ତି। ଘର ଭଡ଼ା ବାବଦକୁ ଏପର୍ଯ୍ୟନ୍ତ ୮ ମାସରେ ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଛନ୍ତି।

Related Posts