ବିରୋଧୀ ବୈଠକରେ ବଡ଼ ନିଷ୍ପତ୍ତି: ୟୁପିଏ ମେଣ୍ଟର ନାମ ବଦଳି ହେଲା ‘ଇଣ୍ଡିଆ’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବେଙ୍ଗାଳୁରୁରେ ଏକଜୁଟ ହୋଇଥିବା ବିରୋଧୀ ଦଳଙ୍କ ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି | ପୂର୍ବରୁ ଏହି ବିରୋଧୀ ମେଣ୍ଟକୁ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ)କୁହାଯାଉଥିବା ବେଳେ ଏବେ ଏହି ମେଣ୍ଟର ନାମ ପରିବର୍ତ୍ତନ କରାଯାଇଛି । ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ବୈଠକରେ ମେଣ୍ଟର ନୂତନ ନାମ ସ୍ଥିର ହୋଇଛି। ପାଖାପାଖି ୨୬ଟି ଦଳ ଯୋଗ ଦେଇଥିବା ଏହି ବୈଠକରେ ୟୁପିଏର ନୂଆ ନାମ ‘ଇଣ୍ଡିଆ’ ରଖାଯାଇଛି। ଏଣିକି ଇଣ୍ଡିଆନ୍‌ ନେସ୍‌ନାଲ୍‌ ଡେମୋକ୍ରାଟିକ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ) ନାମରେ ଏହି ମେଣ୍ଟ ଦଳକୁ ଜଣାଯିବ। ଏନେଇ ନୀତିଶ କୁମାରଙ୍କ ଦଳ ଜେଡିୟୁ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି |

ତେବେ ପୂର୍ବରୁ ୟୁପିଏ ମେଣ୍ଟର ନେତୃତ୍ୱ କଂଗ୍ରେସ ନେଇଥିବାବେଳେ ବର୍ତ୍ତମାନ ଇଣ୍ଡିଆ ମନେତ୍ର ନେତୃତ୍ୱ କିଏ ନେବ ତାହା ସ୍ପଷ୍ଟ ହୋଇନାହିଁ| କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ।

ତେବେ ବର୍ତ୍ତମାନ ବିଜେପି ନେତୃତ୍ୱରେ ଏନଏଡିଏ ମେଣ୍ଟ କେନ୍ଦ୍ରରେ ଶାସନରେ ଥିବାବେଳେ ଏବେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆ ଏହାକୁ ମାତ ଦେଇପାରୁଛି କି ନାହିଁ ତାହା ଉପରେ ନଜର ରହିଛି |

Related Posts