ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ଅଢେଇ କିଲୋଗ୍ରାମ ସୁନା ଜବତ କରିଛି | ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି |
ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ | ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା | ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି | କଷ୍ଟମ୍ସ ଆକ୍ଟ ୧୯୬୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି |





