ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା, ଶିମିଳିପାଳ ଅଭୟାରଣ୍ୟରୁ ୯ ବନ୍ଧୁକ ଜବତ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କ୍ଲିନ୍ ଶିମିଳିପାଳ ଅଭିଯାନରେ ମୟୁରଭଞ୍ଜ ପୋଲିସକୁ ପୁଣି ବଡ଼ ସଫଳତା । ଶିମିଳିପାଳ ଅଭୟାରଣ୍ୟକୁ ବନ୍ଧୁକ ଓ ଶିକାରୀ ମୁକ୍ତ କରିବାକୁ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲା ମୟୁରଭଞ୍ଜ ପୁଲିସର ସ୍ଵତନ୍ତ୍ର ସ୍କ୍ୱାର୍ଡ । ଏଥର ସ୍କ୍ୱାର୍ଡ ହାତରେ ୮ ଟି ଦେଶୀ ବେଆଇନ ବନ୍ଧୁକ ସହିତ ଗୋଟିଏ ଛୋଟ ବନ୍ଧୁକ ଜବତ ହୋଇଛି ।

ଖୁଣ୍ଟା ଥାନା ଅନ୍ତର୍ଗତ ଟୁଣୁକି ଓ ବଣିଆବସା ଗାଁରେ ଶୁକ୍ରବାର ଅପରାହ୍ନରେ ଚଢ଼ାଉ କରି ଜଙ୍ଗଲରୁ ଏହି ବନ୍ଧୁକ ଜବତ କରିଥିବା ସୂଚନା ଦେଇଛନ୍ତି ଏସପି ବି ଗଙ୍ଗାଧର । ଖୁଣ୍ଟା ଥାନାରେ ଏନେଇ ୨୫ ଭାରତୀୟ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ କେସ୍ ନଂ୨୧୨ ଓ ୨୧୩/୨୩ ଆଧାରରେ ଅଜଣା ବ୍ୟକ୍ତି ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ଏସ୍ ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ ଟି ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି ।

Related Posts