ଖୋର୍ଦ୍ଧା ପୋଲିସକୁ ବଡ ସଫଳତା; ୫୦ ଗ୍ରାମ ବ୍ରାଉନସୁଗାର, ୧୪ ଲକ୍ଷ ଟଙ୍କା ସହ ବିପୁଳ ସୁନା ଅଳଙ୍କାର ଜବତ, ୬ ଗିରଫ


ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧଳାଜହର କାରବାରର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା। ପୋଲିସ ଚଢ଼ାଉ କରି ଯେତିକି ଧରୁଛି, ସମ ପରିମାଣରେ ବେପାର ମଧ୍ୟ ବଢି ଚାଲିଛି। ଶୁକ୍ରବାର ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା ମିଳିଛି। ଠେଙ୍ଗାହାଟରୁ ଆର୍ଦଶ ଥାନା ପୋଲିସ ୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ ଲକ୍ଷ ୬୮ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା ଜବତ କରିଛି।୩ ମହିଳଙ୍କା ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ ବ୍ରାଉନସୁଗର ପାଇଁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ଆଗକୁ ଏହି ଅଭିଯାନ ତ୍ବରାନ୍ବିତ କରାଯିବ। ବେଆଇନ ଭାବେ ଅର୍ଜିତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ଯାପ୍ତ କରାଯିବ। ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ପ୍ରଶାସନ ସହାୟତାରେ ଉଛେଦ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Related Posts