Bihar Election: ନବୀନଙ୍କ ରେକର୍ଡ ଭାଙ୍ଗିବେ ନୀତିଶ !, ହୋଇପାରନ୍ତି ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି କରି ନିର୍ବାଚନ ଲଢ଼ିଥିଲା। ଯଦିଓ କେହି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଅଧିକ କିଛି ଚର୍ଚ୍ଚା ହୋଇ ନାହିଁ, ତଥାପି ଏହା ବିଶ୍ୱାସ କରାଯାଉଛି ଯେ ଯଦି ଏନଡିଏ କ୍ଷମତାକୁ ଫେରିବ, ତେବେ ନୀତୀଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇବ ଏନଡିଏ। ମତଦାନର ଶେଷ ପର୍ଯ୍ୟାୟ ପରେ ପ୍ରକାଶିତ ଅନେକ ଏକଜିଟ୍ ପୋଲରେ ଏନଡିଏ ସରକାର ଗଠନ ହେବାର ସୂଚନା ମିଳିଛି। ତେଣୁ ଯଦି ଏହି ଆକଳନ ସତ ସାବ୍ୟସ୍ତ ହୁଏ, ତେବେ ନୀତୀଶ ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଭାରତରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କିଏ ରଖିଛନ୍ତି, ଏବଂ ନୀତୀଶ କୁମାର କେଉଁ ସ୍ଥାନରେ ଅଛନ୍ତି।

ନୀତିଶ କୁମାର ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ରେକର୍ଡ ରଖିଛନ୍ତି। ତଥାପି ନୀତିଶ କୁମାର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ରେକର୍ଡରେ ବହୁତ ପଛରେ ଅଛନ୍ତି। ନୀତିଶ କୁମାର ଅନେକ ଥର ମେଣ୍ଟ ଗଠନ କରିଛନ୍ତି ଏବଂ ଭାଙ୍ଗିଛନ୍ତି। ଯାହା ତାଙ୍କୁ ଇସ୍ତଫା ଦେବାକୁ ଏବଂ ପରେ ପୁନର୍ବାର ଶପଥ ନେବାକୁ ବାଧ୍ୟ କରିଥାଏ। ନୀତିଶ କୁମାର ପ୍ରଥମେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ମାତ୍ର ସାତ ଦିନ ପାଇଁ କାର୍ଯ୍ୟ କରିଥିଲେ। ନୀତିଶ କୁମାର ଶେଷ ଥର ପାଇଁ ନବମ ଥର ଶପଥ ନେଇଛନ୍ତି।

ସେହିପରି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଛଅ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ତାମିଲନାଡୁର ଜୟଲଳିତା ମଧ୍ୟ ଛଅ ଥର ଶପଥ ଗ୍ରହଣ କରିଛନ୍ତି। ସିକିମର ପବନ କୁମାର ଚାମଲିଙ୍ଗ (୫), ପଶ୍ଚିମବଙ୍ଗର ଜ୍ୟୋତି ବସୁ (୫), ଅରୁଣାଚଳ ପ୍ରଦେଶର ଗେଗୋଙ୍ଗ ଆପାଙ୍ଗ (୫), ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (୫) ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ
ନୀତିଶ କୁମାରଙ୍କ ନାମରେ ସର୍ବାଧିକ ସଂଖ୍ୟକ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଅଛି, କିନ୍ତୁ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ନାମରେ ସର୍ବାଧିକ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ ଅଛି। ସେ ମୋଟ ୨୪ ବର୍ଷ ୧୬୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ୯୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ (୨୩ ବର୍ଷ ୧୩୭ ଦିନ), ଚତୁର୍ଥ ସ୍ଥାନରେ ଅରୁଣାଚଳ ପ୍ରଦେଶର ଗଂଗୋପା ଅପାଙ୍ଗ (୨୨ ବର୍ଷ ୨୫୦ ଦିନ), ପଞ୍ଚମ ସ୍ଥାନରେ ଲାଲ ଥନହୱାଲ (୨୨ ବର୍ଷ ୬୦ ଦିନ) ରହିଛନ୍ତି। ନୀତିଶ କୁମାର ଏହି ତାଲିକାରେ ବହୁ ତଳେ ରହିଛନ୍ତି। ଯଦି ଏଥର ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ଦାୟିତ୍ୱ ତୁଲାନ୍ତି ତେବେ ସେ ରେକର୍ଡ ହାସଲ କରିବାର ସମ୍ଭାବନା ରହିଛି। ତେବେ ସେ ମୁଖ୍ୟମନ୍ତ୍ରୀ ଭାବେ ମାତ୍ର ୧୮ ବର୍ଷ ୩୪୭ ଦିନ କାର୍ଯ୍ୟ କରିଛନ୍ତି।

Related Posts