ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବରେ ଜାତୀୟ ମାନ୍ୟତା ପାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ୍ ଡେଭେଲପ୍ମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ବିପିଏସ୍ପିଏକୁ ଏହି ସମ୍ବର୍ଦ୍ଧନା ମିଳିଛି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିପିଏସ୍ପିଏର ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ ବର୍ଗର ସମସ୍ତ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ପୋଲିସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭାବରେ ବିବେଚିତ କରାଯାଇଥିଲା। ପ୍ରଶିକ୍ଷଣ ସୁବିଧା, ପଦ୍ଧତି, ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ଓ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଆଦି ସମସ୍ତ ଦିଗକୁ ବିଚାର କରିବା ପରେ ବିପିଏସ୍ପିଏକୁ ଏହି ଶ୍ରେଷ୍ଠ ମାନ୍ୟତା ମିଳିଛି।





