ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ ଘଟଣା; ୪ ଅଭିଯୁକ୍ତ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ସମସ୍ତେ ଅଣଛାତ୍ର ହୋଇଥିବାବେଳେ ମହିଷାଖାଲ ବସ୍ତି ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ, ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଗତକାଲି ଅଣଛାତ୍ରମାନେ କ‌ଲେଜ କ୍ରିକେଟ ପଡ଼ିଆକୁ ଧସେଇ ପଶି ଖେଳୁଥିବା ଛାତ୍ରମାନଙ୍କୁ ଛୁରାମାଡ଼ କରିବା ସହ ବ୍ୟାଟ୍‌ରେ ବାଡ଼େଇଥିଲେ । ଆକ୍ରମଣରେ ୩ ଜଣ ଛାତ୍ର ଗୁରୁତର ହୋଇ ପଡ଼ିଥିବାବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related Posts