ଭୁବନେଶ୍ୱର,୦୭/୦୭ (ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି ସାଧାରଣ ନିର୍ବାଚନ ଏହା ପୂର୍ବରୁ ନିଜର ସଂଗଠନକୁ ସଜାଡୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନବୀନ ନିଯୁକ୍ତି ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି ଅଶ୍ୱିନୀ କୁମାର ପାତ୍ର ।ନିକଟରେ ପୂର୍ବତନ ସାଂସଦ ରବୀନ୍ଦ ଜେନା ବାଲେଶ୍ୱ ବିଜେଡି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ରବୀନ୍ଦଙ୍କ ଇସ୍ତଫା ପରେ କିଏ ପରବର୍ତ୍ତୀ ଜିଲ୍ଲା ସଭାପତି ହେବ ତାକୁ ନେଇ ବେଶ୍ ଚର୍ଚ୍ଚା କରୁଥିଲେ ବିଜେଡି କର୍ମୀ ।
ସେପଟେ ଝିନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ ପ୍ରଭାସ କୁମାର ସିଂ ବରଗଡ଼, ହାଲୁ ମୁଣ୍ଡାରୀଙ୍କୁ ରାଉରକେଲା ଓ ରବି ସିଂଙ୍କୁ ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ମିଳିଛି ।
ଏଥିସହ ଦେବୀ ପ୍ରସାଦ ଭୁଟିଆ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହୋଇଥିବା ବେଳେ ପ୍ରସାନ୍ତ ଗୁପ୍ତା କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଓ ସୁଶାନ୍ତ ମହାପାତ୍ର (ଜାପାନୀ) ହୋଇଛନ୍ତି ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ।





