ସତ୍ୟପାଠ ବ୍ୟୁରୋ, ୧୩/୦୩: ଆଜି ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ଏଥିସହିତ ଇତିହାସ ରଚିଛି ଶାସକ ବିଜୁ ଜନତା ଦଳ। ସମସ୍ତ ୩୦ଟି ଯାକ ଜିଲ୍ଲାରେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଛି । ଅପରପକ୍ଷରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ପାଇଁ ଦଳବଦଳ ନିରୋଧି ଆଇନ ଲାଗୁ ହେଉଥିବାରୁ ବିଜେଡ଼ି ସଭାପତିଙ୍କ ନିଷ୍ପତି ହିଁ ଚୂଡ଼ାନ୍ତ ହୋଇଥିଲା ।
ନଜର ପକାନ୍ତୁ କିଏ କେଉଁ ଜିଲ୍ଲାର ଜିଲ୍ଳା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ
ଅନୁଗୁଳ : ବବିତା ପ୍ରଧାନ
ବୌଦ୍ଧ : ପ୍ରଭାସିନୀ ଦାସ ବଲାଙ୍ଗୀର : ଦେବକୀ ସାହୁ
ବରଗଡ଼ : ମାନିନୀ ଭୋଇ ବାଲେଶ୍ୱର : ନାରାୟଣ ପ୍ରଧାନ
ଭଦ୍ରକ : ପ୍ରଫୁଲ୍ଲ ଜେନା କଟକ : କିଶୋର ଚନ୍ଦ୍ର ମିଶ୍ର
ଦେବଗଡ଼ : କୌଶିକ କୁମାର ପ୍ରଧାନ ଢେଙ୍କାନାଳ : ଅର୍ଚ୍ଚନା ପୁହାଣ ଗଞ୍ଜାମ : ଅଞ୍ଜଳୀ ସ୍ୱାଇଁ ଗଜପତି : ଜି.ତିରୁପତି ରାଓ
ଝାରସୁଗୁଡ଼ା : ତୁଳାବତୀ ମିଞ୍ଜ ଯାଜପୁର : ନଳିନୀ ପ୍ରଭା ଜେନା ଜଗତସିଂହପୁର : ମନୋଜ କୁମାର ଭୋଇ ଖୋର୍ଦ୍ଧା : ରୁପଶ୍ରୀରାଣୀ ଗୁମାନସିଂହ କେନ୍ଦୁଝର : ସାଗରିକା ସାହୁ କଳାହାଣ୍ଡି : ପୁଷ୍ପେନ୍ଦ୍ର କୁମାର ସିଂହଦେଓ କନ୍ଧମାଳ : ନନ୍ଦିନୀ ମଲ୍ଲିକ କୋରାପୁଟ : ସସ୍ମିତା ମେଲେକା କେନ୍ଦ୍ରାପଡ଼ା : ଗୀତାଞ୍ଜଳୀ ସେଠୀ ମାଲକାନାଗିରି : ସମାରୀ ଟାଙ୍ଗୁଲୁ ମୟୂରଭଞ୍ଜ : ଭାରତୀ ହାଁସଦା ନବରଙ୍ଗପୁର : ମୋତିରାମ ନାୟକ ନୂଆପଡ଼ା : ଡଲି ମାଝୀ ନୟାଗଡ଼ : ଦେବାଶିଷ ପଟ୍ଟନାୟକ
ପୁରୀ : ସ୍ୱପ୍ନାରାଣୀ ସ୍ୱାଇଁ ରାୟଗଡ଼ା : ସରସ୍ୱତୀ ମାଝୀ
ସମ୍ବଲପୁର : କୁମୁଦିନୀ ନାୟକ ସୁବର୍ଣ୍ଣପୁର : ସୁପାର ଠେଲା
ସୁନ୍ଦରଗଡ଼ : କୁନ୍ତୀ ପ୍ରଧାନ





