ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ବିଜେଡି ଉପରେ ନଜର

ଭୁବନେଶ୍ଵର, ୧୪/୨ (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କଲା ବିଜେପି । ଦଳର ସଂସଦୀୟ ବୋର୍ଡର ବୈଠକ ପରେ ଏନେଇ ବିଜେପି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ତେବେ ଓଡ଼ିଶାରୁ ଖାଲି ହୋଇଥିବା ୩ ରାଜ୍ୟସଭା ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡ଼ି। ଗତକାଲି ଦଳର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତୃତୀୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲା। ଏହାପରେ ଗତଥର ଭଳି ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାରି ମଧ୍ୟରେ ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଏବେ ବିଜେଡି ତାଙ୍କୁ ସମର୍ଥନ ଦେଉଛି ନା ଅଶ୍ୱିନୀଙ୍କ ବିପକ୍ଷରେ ପ୍ରାର୍ଥୀ ଦେଉଛି ତାହାରି ଉପରେ ନଜର ରହିଛି।

ସେପଟେ ଆଜି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି ଛୁଟି ଦିନ ଥିବାବେଳେ ସେ ଆସନ୍ତାକାଲି ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକମାନଙ୍କର ବୈଠକ ବସୁଛି।

Related Posts