ସବୁଆଡୁ ବିଫଳ ହେବା ପରେ ଆମ ବିଧାୟକଙ୍କୁ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରୁଛି ବିଜେପି : ଆପ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ଭିତରେ ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀ । ବିଜେପି ତାଙ୍କ ଦଳର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଓ ଏଥିପାଇଁ ଟଙ୍କାର ଲୋଭ ଦେଖାଇ ବିଫଳ ହୋଇଛି। ଏହାପରେ ବର୍ତ୍ତମାନ ଆପ ବିଧାୟକଙ୍କୁ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରୁଛି ବୋଲି ସେ ଆରୋପ ଲଗାଇଛନ୍ତି। ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀ ମାଲବ୍ୟ ନଗରର ବିଧାୟକ ସୋମନାଥ ଭାରତୀ ଦାବି କରିଛନ୍ତି ଯେ, ବୁଧବାରଠୁ ଆପ ବିଧାୟକ ମାନଙ୍କୁ ହନିଟ୍ରାପରେ ଫସାଇବାକୁ ପ୍ରୟାସ କରାଯାଉଛି । ଏହାପଛରେ ବିଜେପିର ହାତ ରହିଛି । କାରଣ ସେମାନେ ଆପ୍ ବିଧାୟକଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଧମକ ଓ ଟଙ୍କା ଲୋଭ ଦେଖାଇବାରେ ବିଫଳ ହୋଇଛନ୍ତି ।ସୋମନାଥ ଟ୍ୱିଟ୍ କରି ଆହୁରି କହିଛନ୍ତି ଯେ, ସବୁଆଡୁ ବିଫଳ ହେବା ପରେ ହନିଟ୍ରାପରେ ଆପ୍ ବିଧାୟକଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି । ଦିଲ୍ଲୀ ପୋଲିସ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି । ଏହା ପଛରେ ବିଜେପିର ହାତ ଥିବା ସେ ସନ୍ଦେହ କରୁଛନ୍ତି । କାରଣ ସେମାନେ ଆପ୍ ସରକାର ପଛରେ ପଡିଯାଇଛନ୍ତି ।ଟ୍ୱିଟରେ ଆପ୍ ବିଧାୟକ ନିଜ ଫୋନକୁ ଆସିଥିବା ହ୍ୱାଟସଆପ୍ ମେସେଜର ସ୍କ୍ରିନସଟ୍ ସେୟାର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ସେ ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

Related Posts