ହାଇଦ୍ରାବାଦ: ହରଣଘଡାରେ ବିଜେପି | ଗତକିଛି ଦିନ ହେବ ଜଣେ ବିଜେପି ସଭାନେତ୍ରୀଙ୍କ ପାଇଁ ବିଜେପି ବିଶ୍ଵଦରବାରରେ ନିନ୍ଦିତ ହେଉଥିବା ବେଳେ, ଏବେ ଆଉ ଜଣେ ବିଧାୟକ ବିଜେପି କୁ ଲଜିତ କରିଛି | ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ସମଗ୍ର ତେଲେଙ୍ଗାନାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥବାବେଳେ ସମ୍ପୃକ୍ତ ପୀଡିତାଙ୍କ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି ରାଜ୍ୟର ଜଣେ ବିଧାୟକ | ଯାହା ତାଙ୍କୁ ମହଙ୍ଗା ପଡିଛି । ମଙ୍ଗଳବାର ବିଜେପି ବିଧାୟକ ଏମ.ରଘୁନନ୍ଦନ ରାଓଙ୍କୁ ଏପରି କିଛି ଅଭିଯୋଗରେ ବୁକ କରିଛି ତେଲେଙ୍ଗାନା ପୋଲିସ । ବିଧାୟକ ରଘୁନନ୍ଦନଙ୍କୁ IPC ଧାରା 228-A ଅନୁସାରେ ବୁକ କରାଯାଇଥିବା ପୋଲିସ କହିଛି ।
ଗତ 4 ତାରିଖରେ ଘଟଣା ନେଇ ପ୍ରେସମିଟ କରିଥିଲେ ବିଧାୟକ । ଏହି ଜଘନ୍ୟ କାଣ୍ଡରେ ଜଣେ AIMIM MLAଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ସେ ଦାବି କରିଥିଲେ । ତେବେ ପୀଡିତାଙ୍କ ଫଟୋ ଓ ଭିଡିଓ ସାର୍ବଜନୀନ କରିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ମେ 28 ତାରିଖରେ ଏହି ବହୁଚର୍ଚ୍ଚିତ ଘଟଣା ଘଟିଥିଲା। ଜଣେ ନାବାଳିକା ଏକ ପାର୍ଟିରେ ଯୋଗ ଦେଇ ଫେରୁଥିବାବେଳେ ଲିଫ୍ଟର ପ୍ରଲୋଭନ ଦେଖାଇ ଏକ କାରରେ ତାଙ୍କୁ 5 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ 3ଜଣ ନାବାଳକ ମଧ୍ୟ ଥିଲେ ।ଘଟଣା ପରେ ରାଜନୀତି ଜୋର ଧରିବାରେ ଲାଗିଛି । କାରଣ ଏହି ଘଟଣା ବର୍ତ୍ତମାନ ରାଜନୈତିକ ମୋଡ ନେଇସାରିଲାଣି । ଏହି ଅଭିଯୁକ୍ତଙ୍କ ମଧ୍ୟରେ କିଛି ରାଜନେତାଙ୍କର ପୁଅ ମଧ୍ୟ ସାମିଲ ଥିବା କୁହାଯାଉଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।
ଏହାରି ମଧ୍ୟରେ ନାବାଳିକା ପୀଡିତାର ଫଟୋ ଓ ଭିଡିଓ ସେୟାର କରିବା ଅଭିଯୋଗରେ ବିଜେପି ବିଧାୟକଙ୍କୁ ପୋଲିସ ବୁକ ମଧ୍ୟ କରିଛି ।





