ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ହତ୍ୟା ଧମକ । ତେବେ ବିଳମ୍ବିତ ରାତିରେ ହ୍ୱାଟସଆପ କଲରେ କେହିଜଣ ଇକବାଲ କାସକର ତାଙ୍କୁ ହତ୍ୟା ଧମକ ଦେବା ସହ ଶୀଘ୍ର ହତ୍ୟା କରାଯିବ ବୋଲି କହିଥିଲେ । ଇକବାଲ କହିଛି ମୋତେ କେବଳ ସୂଚନା ଦେବା ପାଇଁ କୁହାଯାଇଥିଲା ମୁଁ ସୂଚନା ଦେଇଛି । ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ହ୍ୱାଟସଆପ କଲର ଭିଡିଓ ରେକର୍ଡିଂ କରାଇଛନ୍ତି । ଏନେଇ ବିଳମ୍ବିତ ରାତିରେ ଟିଟି ନଗର ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ଥାନା ଅଧିକାରୀ ଚୈନ ସିଂହ ରଘୁବଂଶୀ କହିଛନ୍ତି ରାତି ୨ଟାରେ ସାଂସଦଙ୍କ କାର୍ୟ୍ୟାଳୟରୁ ସୂଚନା ମିଳିଥିଲା ଯେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଧମକପୂର୍ଣ୍ଣ କଲ ମିଳିଛି । ସେପଟେ ଯେଉଁ କଲର ଭିଡଓ ରେକର୍ଡିଂ ହୋଇଥିଲା ତାକୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଭିଡିଓ ରେକର୍ଡିଂ ଦେଖିବା ପରେ ପୋଲିସ ଧାରା ୫୦୬ ଓ ୫୦୭ରେ ମାମଲା ରୁଜୁ କରିଛି । ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅପରାଧୀଙ୍କୁ ଖୋଜିବା ଆରମ୍ଭ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚାରେ ଜୋର ଧରିଛି ।





