ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟବ୍ୟାପୀ ଏସ୍‌ପି ଅଫିସ ଆଗରେ ବିଜେପିର ବିକ୍ଷୋଭ

ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ବିଧାନସଭା ଘେରାଉ ସମୟରେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ମାତ୍ରଧିକ କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରତିବାଦ। ଶନିବାର ରାଜ୍ୟବ୍ୟାପୀ ସମସ୍ତ ଏସପି ଅଫିସ ଆଗରେ ବିକ୍ଷୋଭ କରୁଛି ବିଜେପି। ଏଥି ସହିତ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଡିସିପି ଅଫିସ ଆଗରେ ମଧ୍ୟ ଦଳ ପ୍ରତିବାଦ କରିଛି।

ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ଶୁକ୍ରବାର ପୋଲିସ ଡିଜି, ପୋଲିସ କମିଶନର ଓ ଡିସିପିଙ୍କ ବିରୋଧରେ ରାଜ୍ୟର ସମସ୍ତ ଥାନାରେ ଏତଲା ଦେଇଥିଲା । ବିଜେପି ଅଭିଯୋଗ ଆଣିଛି ପୋଲିସ ଅଧିକାରୀ ଓ ସାଦା ପୋଷାକରେ ଥିବା କିଛି ବିଜେଡି ଗୁଣ୍ଡାମାନେ ସେମାନଙ୍କ ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହା ବିରୋଧରେ ବିଜେପି ଯୁବମୋର୍ଚ୍ଚା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା । କିନ୍ତୁ ଏତଲା ପଞ୍ଜିକୃତ କରାନଯିବାକୁ ବିଜେପି ଦୁର୍ଭାଗ୍ୟଜନକ ବୋଲି କହିଛି ।

Related Posts