ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଦ୍ରୁତ ଗତିରେ ଆସିବା ଆରମ୍ଭ କରିଛି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାର ଦେଖିବାକୁ ମିଳିଛି । ଏହି ରାଜ୍ୟଗୁଡ଼ିକରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ।
ଉତ୍ତରପ୍ରଦେଶରେ ବିଜେପି ମିଳିତ ମଞ୍ଚ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯେତେବେଳେ କି ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜି ମାରିଛି । ପଞ୍ଜାବରେ ଭାଗବତ ମନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେପଟେ କଂଗ୍ରେସ ପାଞ୍ଚଟି ରାଜ୍ୟରେ ଭଲ ପ୍ରଦର୍ଶନ କରିନାହିଁ ।





