ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ମଧ୍ୟରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ନିର୍ବାଚନ ଆୟୋଗ ଦ୍ୱାରା ମ୍ୟୁନିସିପାଲଟି ନିର୍ବାଚନକୁ ସ୍ଥଗିତ ରଖିବା ଏବଂ ଏହ ପଛରେ ଦିଆଯାଇଥିବା ଯୁକ୍ତି ଉପରେ କେଜ୍ରିୱାଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ । ପରାଜୟ ଭୟରେ ବିଜେପି ନିର୍ବାଚନକୁ ସ୍ଥଗିତ ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି । କେବଏ ଏତିକି ନୁହେଁ ବରଂ ଏନେଇ ସେ କେନ୍ଦ୍ର ସରକାରଙ୍କ ଉପରକୁ ପ୍ରଶ୍ନ ଉଠାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନକୁ ସ୍ଥଗିତ ରଖିବାକୁ କିମ୍ବା ବାତିଲ କରିବାକୁ ନିର୍ବାଚନ ଆୟୋଗକୁ କିପରି ନିର୍ଦ୍ଦେଶ ଦିଆଯାଇପାରିବ ? ଏପରି ବ୍ୟବସ୍ଥା କେଉଁଠାରେ ଅଛି?
ନିର୍ବାଚନ ଆୟୋଗ ବିଜେପିର ଚାପରେ ପଡ଼ି ନିର୍ବାଚନ ଘୁଞ୍ଚାଇବାରେ ଲାଗିଛି । ଅନ୍ୟପଟେ ମ୍ୟୁନିସିପାଲଟି ନିର୍ବାଚନକୁ ନଘୁଞ୍ଚାଇବାକୁ କେଜ୍ରିୱାଲ ମୋଦିଙ୍କୁ ହାତ ଯୋଡ଼ି ଅନୁରୋଧ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଦିଲ୍ଲୀରେ ମ୍ୟୁନୁସିପାଲଟି ନିର୍ବାଚନ ଅନୁଷ୍ଠିତ ହେବାଲାଗି ରାଜ୍ୟ ନିର୍ବାଚନ ଆୟୋଗ ମାର୍ଚ୍ଚ ୯ ତାରିଖ ସକାଳେ ଏକ ପ୍ରେସ ନିମନ୍ତ୍ରଣ ପତ୍ର ଜାରି କରିବାର ଥିଲା । କିନ୍ତୁ ଅପରାହ୍ନ ୪ଟାରେ କେନ୍ଦ୍ର ନିର୍ବାଚନ ଆୟେଗଙ୍କୁ ଏକ ଚିଠି ଲେଖିଛି ଯେ ଆମେ ଦିଲ୍ଲୀର ତିନିଟି ନିଗମକୁ ଏକଜୁଟ କରିବାକୁ ଚାହୁଁଛୁ । ତେଣୁ ନିର୍ବାଚନକୁ ସ୍ଥଗିତ ରଖନ୍ତୁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।





