ବିଜେବି ଛାତ୍ରୀ ମୃତ୍ୟୁ ଘଟଣାରେ ଟାସ୍କଫୋର୍ସ ଗଠନ କରି ତଦନ୍ତ କରାଯାଉ: ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଟାସ୍କଫୋର୍ସ ଗଠନ ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଦାବି । ସାମ୍ବାଦିକ ସମ୍ମିଳନୀ ଏହି ଦାବି ଉଠାଇଲା ବିଜେପି ଯୁବ ମୋର୍ଚ୍ଚାର ।

ଏ ପର୍ୟ୍ୟନ୍ତ ସମ୍ପୃକ୍ତ ଘଟଣାରେ କାର୍ୟ୍ୟାନୁଷ୍ଠାନ ନହେବା ଦୁର୍ଭାଗ୍ୟଜନକ ବୋଲି କହିଲେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ । ଏହା ସହ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରି ଏହାର ତଦନ୍ତ କରାନ୍ତୁ ବୋଲି ଯୁବ ମୋର୍ଚ୍ଚା ଦାବି କରିଛି । ଯଦି ରାଜ୍ୟ ସରାକାର ରାଗିଂ ରୋକିବା ପାଇଁ ଠୋସ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଯୁବ ମୋର୍ଚ୍ଚା ଆନ୍ଦୋଳନ କରିବ ଇରାଶିଷ ଚେତାବନୀ ଦେଇଛନ୍ତି ।

Related Posts