ବିଜେପିର କଟକ ମେୟର ପ୍ରାର୍ଥୀ ଅଭିନେତା ଶ୍ରୀତମ ଦାସ

ବିଜେପି ଘୋଷଣା କଲା କଟକ ମେୟର ପ୍ରାର୍ଥୀଙ୍କ ନାଁ । ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନ କୁ ଓହ୍ଲାଇଛି । ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ବିଜେପି ପକ୍ଷରୁ ନାଁ ଘୋଷଣା କରାଯାଇଛି । ଶ୍ରୀତମ ଦାସଙ୍କ ନାଁକୁ କଟକର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲେ କଟକ ନଗର ବିଜେପି ସଭାପତି ।

କଟକରେ ଦେଖିବାକୁ ମିଳିପାରେ ଜୋରଦାର ଫାଇଟ୍ । ବିଜେଡି ପକ୍ଷରୁ ସୁବାସ ସିଂଙ୍କୁ ମଇଦାନଙ୍କୁ ଓହ୍ଲାଯାଇଥିବା ବେଳେ ବିଜେପିରୁ ଓଡିଆ ଅଭିନେତା ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି । ସେହିପରି ଶ୍ରୀତମ ଦାସ ଜଣେ ଓଡିଆ ଅଭିନେତା ହିସାବରେ ତାଙ୍କର ଅନେକ ନାଁ ରହିଛି । ସେ ବହୁତ ଲୋକପ୍ରିୟ ମଧ୍ୟ । ସେପଟେ ଯଦି ଆମେ କଂଗ୍ରେସ ପ୍ରାର୍ଥୀ କଥା କହିବା ତେବେ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରା କଟକର ମେୟର ପ୍ରାର୍ଥୀ ହୋଇଛନ୍ତି । ଗିରିବାଳା ମଧ୍ୟ କଂଗ୍ରେସର ଜଣେ ଟାଣୁଆ ପ୍ରାର୍ଥୀ । ତେବେ ରାଜ୍ୟର 3 ପ୍ରମୁଖ ଦଳ ନିଜର ଟାଣୁଆ ନେତା ଙ୍କୁ ମଇଦାନ କୁ ଓହ୍ଲାଇଥିବା ବେଳେ ଏବେ ବଡ଼ ତ
ଟକ୍କର ଦେଖିବାକୁ ମିଳିବ ।

Related Posts