ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍, ଡିସେମ୍ବର ୧୩ରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଦୃଷ୍ଟିହୀନ ଟି ୨୦ କ୍ରିକେଟ୍ ବିଶ୍ୱକପ। ଡିସେମ୍ବର ୧୩ ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ ମ୍ୟାଚ ଏଠାରେ ଆୟୋଜିତ ହେବ। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଓସିଏ ଏଥିପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମଥର ପାଇଁ ଏହି ଦୃଷ୍ଟିହୀନ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି ଓଡିଶା କୋରାପୁଟର ଦକ୍ଷ କ୍ରିକେଟର ନକୁଳ ବଡନାୟକ।

ଆଜି ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏବଂ ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ନାକୁଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡିସେମ୍ବର ୫ରେ ବିଶ୍ୱକପର ଉଦଘାଟନ ଦିଲ୍ଲୀ ଗୁରୁଗ୍ରାମରେ ଅନୁଷ୍ଠିତ ହେବ ଓ ଡିସେମ୍ବର ୬ ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଏହାର ଲିଗ ମ୍ୟାଚ ଗୁଡିକ ଖେଳାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Related Posts