କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ | ଲାଞ୍ଚ ନେବା ସମୟରେ ଧରା ପଡିଛନ୍ତି ବ୍ଲକ ଶିକ୍ଷାଧିକାରୀ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏବିଇଓ ବିପିନ ବିହାରୀ ସିଂହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ ।
ଏହି ଘଟଣାରେ ବିପିନ ବିହାରୀ ସିଂହଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଏଥିସହ ସଦର ଥାନା ଅନ୍ତର୍ଗତ ପାଇଲୋରେ ଥିବା ତାଙ୍କ ପୈତୃକ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।
ତେବେ ଚଢ଼ାଉ ସମୟରେ କେତେ କଣ ସମ୍ପତି ଠାବ ହେଇଛି ସେନେଇ କିଛି ସୂଚନା ମିଳିନାହିଁ |





